Odisha Link
Bridging the Missing Links in Odisha

ରାଜଧାନୀରେ ପୁଣି ବୋମା ଆତଙ୍କ, ସ୍କୁଲ ଛୁଟି କରାଯାଇ ତଦନ୍ତ ଜାରି

ଓଏଲ୍‌ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଆତଙ୍କ। ସାଉଥ୍ ଦିଲ୍ଲୀ, ନର୍ଥ ୱେଷ୍ଟ ଦିଲ୍ଲୀର କିଛି ସ୍କୁଲକୁ ବୋମାରେ ଉଡ଼ାଇବାକୁ ପୁଣିଥରେ ମିଳିଲା ଧମକ। ବିଭିନ୍ନ ସ୍କୁଲକୁ ମେଲ୍‌ ଯୋଗେ ମିଳିଛି ଧମକ। ମେଲ୍‌ରେ ଉଲ୍ଲେଖ ରହିଛି ଯେ ସ୍କୁଲ ପରିସରରେ ବୋମା ଲଗାଯାଇଛି। ଏଭଳି ଧମକପୂର୍ଣ୍ଣ ମେଲ‌ ଆସିବା ପରେ ସ୍କୁଲକୁ ଖାଲି କରି ଦିଆଯାଇଛି। ଏପର୍ଯ୍ୟନ୍ତ କୌଣସି ସ୍କୁଲରୁ କିଛି ବି ସନ୍ଦିଗ୍ଧ ଜିନିଷ ଠାବ କରାଯାଇ ନାହିଁ। ଡିପିଏସ୍ ଦ୍ବାରକାକୁ ବୋମା ଧମକ ପରେ ସ୍କୁଲ ଛୁଟି କରାଯାଇ ତଦନ୍ତ ଜାରି କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ର ସର୍ଚ୍ଚ ଅପରେସନ୍ ଜର ରହିଛି।

ସୂଚନା ଥାଉକି, ଦିଲ୍ଲୀର ସ୍କୁଲ, ବିମାନବନ୍ଦର, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନରେ ବୋମା ଧମକର ଖବର ଥମୁନି। କିଛି ଦିନ ପୂର୍ବରୁ, ୪୦ ବିଦ୍ୟାଳୟ ସମେତ ଦିଲ୍ଲୀର ରୋହିଣୀର ଏକ ଘରୋଇ ବିଦ୍ୟାଳୟରେ ବୋମା ଧମକ ଥିବା ଏକ ଇମେଲ ଆସିଥିଲା। ଏହା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗର ଏକ ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଏହା ଗୁଜବ ବୋଲି ଜଣାପଡିଥିଲା।

Leave A Reply

Your email address will not be published.