ନୂଆପଡ଼ା ଗସ୍ତରେ ସ୍ଵାସ୍ଥ୍ୟମନ୍ତ୍ରୀ, ବିଭିନ୍ନ ମଣ୍ଡିର ପରିଚାଳନା ବ୍ୟବସ୍ଥା କଲେ ତଦାରଖ
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟନୀ ଛଟନୀ ବନ୍ଦ ନହେଲେ କଡା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ସ୍ଵାସ୍ଥ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ମଣ୍ଡି ବୁଲି ଚାଷୀଙ୍କ ସହ ଆଲୋଚନା କରିଛନ୍ତି।
ନୂଆପଡ଼ା ଜିଲ୍ଲାର କୁରୁମପୁରୀ ମଣ୍ଡି ପରିଦର୍ଶନ କରି ମଣ୍ଡିର ପରିଚାଳନା ବ୍ୟବସ୍ଥା ତଦାରଖ କରିଛନ୍ତି। କୌଣସି ଚାଷୀଙ୍କ ଟୋକନ ଯେପରି ଲାପ୍ସ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଆମେ ଦେଇଥିବା ପ୍ରତିଶ୍ରୁତି ଲୋକଙ୍କ ସରକାର ପୁରଣ କରୁଛନ୍ତି।
ଚାଷୀଭାଇ ମାନେ ସୁରୁଖୁରୁରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ବିକୁଛନ୍ତି। ଏହା ହିଁ ହେଉଛି ଡବଲ ଇଞ୍ଜିନ ସରକାରର ଗ୍ୟାରେଣ୍ଟି। ଏ ବର୍ଷ ମଣ୍ଡି ସୁରୁଖୁରୁରେ ପରିଚାଳନା ପାଇଁ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି ସରକାର। ଚାଷୀଙ୍କୁ ଉଚିତ୍ ମୂଲ୍ୟ ଦେବା ରାଜ୍ୟ ସରକାରଙ୍କ ରହିଛି ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।