Odisha Link
Bridging the Missing Links in Odisha

ସଂସଦ ଏକ ପବିତ୍ର ଗୃହ, ରାହୁଲ ଗାନ୍ଧିଙ୍କ ଖେଳପଡ଼ିଆ ନୁହେଁ: ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। ଯାହାକୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ହେଲେ ସଂସଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।

ଆମ୍ବେଦକର ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପଟେ ଓଡ଼ିଶାର ବିରୋଧୀ ଦଳ ଆସନରେ ବସିଥିବା ବିଜୁ ଜନତା ଦଳ ଏହି ଘଟଣାକୁ ନିନ୍ଦା କରିଛି।

ସଂସଦରେ ଠେଲାପେଲା ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସଂସଦ ଏକ ପବିତ୍ର ଗୃହ, ରାହୁଲ ଗାନ୍ଧିଙ୍କ ଖେଳ ପଡ଼ିଆ ନୁହେଁ। ରାହୁଲଙ୍କ ଦୁର୍ବ୍ୟବହାର ପାଇଁ MP ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ହୀନ କାର୍ଯ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Leave A Reply

Your email address will not be published.