ଶ୍ରୀଲଙ୍କା କ୍ରିକେଟ୍ ଟିମର ପାକିସ୍ତାନ ଗସ୍ତ
କଲମ୍ବୋ: ପାକିସ୍ତାନ ଗସ୍ତ କଲା ଶ୍ରୀଲଙ୍କା ଟିମ୍। ଅଧିକାଂଶ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ସୁରକ୍ଷା ଚନ୍ତା ସତ୍ତ୍ୱେ ମଙ୍ଗଳବାର ପାକିସ୍ତାନ ଗସ୍ତ କରିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସତ୍ତ୍ୱେ ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡ ତା’ର ଟିମକୁ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଭରସା ଦେଖାଇଛି। ସୁରକ୍ଷା ଚିନ୍ତା କାରଣରୁ ଶ୍ରୀଲଙ୍କାର ୧୦ଜଣ ସିନିୟର ଖେଳାଳି ପାକିସ୍ତାନ ଗସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲେ।
Sri Lanka National team left SLC head quarters this morning to embark on their tour to Pakistan.
Sri Lanka will play a three-match ODI series in Karachi and three T20Is in Lahore. #PAKvSL pic.twitter.com/tiaTSxgpNh— Sri Lanka Cricket 🇱🇰 (@OfficialSLC) September 24, 2019
ମଙ୍ଗଳବାର ପାକିସ୍ତାନ ଗସ୍ତ କରିବା ପୂର୍ବରୁ ଟି-୨୦ ଟିମ୍ କ୍ୟାପଟେନ୍ ଦାସୁନ୍ ଶନକା କହିଥିଲେ, “ପାକିସ୍ତାନ ଗସ୍ତ କରିବା ନେଇ ଆମେ ଆଦୌ ଚିନ୍ତିତ ନାହୁଁ। ଏହା ପୂର୍ବରୁ ଆସେ ୨୦୧୭ରେ ଲାହୋରରେ ଗୋଟିଏ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିସାରିଛୁ। ସେତେବେଳେ ମୁଁ ଟିମ୍ ସହ ଥିଲି। ଆମ ପାଇଁ ଯେଉଁଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି, ସେଥିରେ ଆମେ ସନ୍ତୁଷ୍ଟ। ପାକିସ୍ତାନରେ ନିଜ ଟିମର ନେତୃତ୍ୱ କରିବା ନେଇ ମୁଁ ବହୁତ ଉତ୍ସାହିତ ଅଛି। ମୋର ବିଶ୍ୱାସ ଯେ, ଘରୋଇ ଟିମକୁ ଆମେ ନିଶ୍ଚିତ କଡ଼ା ଟକ୍କର ଦେବୁ।”
ସେହିପରି ଦିନିକିଆ ଟିମର କ୍ୟାପଟେନ୍ ଲାହିରୁ ଥିରିମାନେ କହିଥିଲେ, “ସୁରକ୍ଷାକୁ ନେଇ ସେଭଳି କୌଣସି ସମସ୍ୟା ନାହିଁ। ପାକିସ୍ତାନରେ ଆମକୁ ଉନ୍ନତମାନର ସୁରକ୍ଷା ମିଳିବା ନେଇ ଆଶ୍ୱାସନା ଦିଆଯାଇଛି।”
Comments are closed.