କୁଏତ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ମୋଦି, କାହିଁକି ଜାଣନ୍ତୁ
ଓଏଲ୍ ବ୍ୟୁରୋ: କୁଏତରେ ଓଡ଼ିଶା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବାକୁ କୁଏତ ପ୍ରବାସୀ ଭାରତୀୟଙ୍କୁ ନିମନ୍ତ୍ରଣ କଲେ ମୋଦି। ହାଲ୍ଲା ମୋଦି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କଲେ ମୋଦି। ଜାନୁଆର ୮ରୁ ୧୦ ଯାଏ ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି।
କୁଏତର ବିକାଶରେ ଭାରତୀୟ ସମ୍ପ୍ରଦାୟର କଠିନ ପରିଶ୍ରମ, ସଫଳତା ଏବଂ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସରେ ହେଉଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି। “ଚଳିତ ବର୍ଷ ଜାନୁଆରୀ ୮ ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ପ୍ରବାସୀ ଭାରତୀୟ ଦିବସ’ ଅନୁଷ୍ଠିତ ହେବ। ମୁଁ ତୁମ ସମସ୍ତଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରୁଛି” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ। ଏହାକୁ ନଜରରେ ରଖି କାର୍ଯ୍ୟକ୍ରମକୁ ବିଶ୍ବସ୍ତରୀୟ କରିବା ପାଇଁ ଲାଗି ପଡ଼ିଛନ୍ତି ମୋହନ ସରକାର। ଯାହାର ଛାପ ଏବେଠୁ ଭୁୁବନେଶ୍ବରରେ ପରିଲିକ୍ଷିତ ହେଲାଣି। ପ୍ରବାସୀ ଭାରତୀୟ ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ଆଦିିବାସୀ ମେଳା ଚଳିତ ଥର ଆଗୁଆ କରିଛନ୍ତି।