ମାଳଦ୍ଵୀପରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ସରକାରଙ୍କୁ କଲେ ନିବେଦନ
ଓଏଲ୍ ବ୍ୟୁରୋ: ପୁଣି ଶୁଭିଲା ବିଦେଶରେ ଫସିଥିବା ୪୦ ଓଡ଼ିଆ ଯୁବକଙ୍କ ଡାକ। ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ। ରୋଜଗାର ଆଶାରେ ମାଲଦ୍ବୀପ ଯାଇଛନ୍ତି ୪୦ ଯୁବକ। ଏମାନଙ୍କ ମଧ୍ୟରେ ଅଛନ୍ତି ଖଲ୍ଲିକୋଟର ୧୫ ଯୁବକ କଂପାନୀ ଠିକ୍ ଭାବେ ଦରମା ଦେଉ ନଥିବା ଅଭିଯୋଗ କରିବା ସହ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।
ସୂଚନା ଅନୁସାରେ, ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ। ୬ ମାସ ତଳେ ରୋଜଗାର ଆଶାରେ ମାଳଦ୍ଵୀପ ଯାଇଥିଲେ। ଗଞ୍ଜାମ ଖଲ୍ଲିକୋଟର ୧୫ଜଣ ସମେତ ୪୦ଜଣ ଯୁବକ ଯାଇଥିଲେ। କମ୍ପାନୀ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଯୁବକ। ଭିଡିଓ ବର୍ତ୍ତା ମାଧ୍ଯମରେ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି।