ଚାଷୀର ଦୁଃଖ ବଢ଼ାଇଛି ଅଦିନିଆ ବର୍ଷା, କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଆଉ ଯାହା ଅଛି ଆଗାମୀ ଲଘୁଚାପ ବର୍ଷା ଉଜାଡି ଦେବ ବୋଲି କହିଛନ୍ତି ଚାଷୀ। ଏପେଟ ରାଜ୍ୟରେ ବର୍ଷା ଛାଡିବା ପରେ ଶୀତ ଫେରିଛି। ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।
ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା। ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି। ଯାହାଦ୍ୱାରା ବର୍ତମାନ ଚାଷୀ ହତାସ। ଏହି ପରିସ୍ଥିତି ରେ ସେ କରିବ କଣ ସେହି ଚିନ୍ତାରେ ଚାଷୀ ଥିବାବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ୩ ଦିନ ଭିତରେ ଅଦିନିଆ ବର୍ଷାର କ୍ଷୟକ୍ଷତି ଆକଳନ ହେବ। ୫ଦିନ ଭିତରେ କ୍ଷତିପୂରଣ ରାଶି ମିଳିବ। କ୍ଷୟକ୍ଷତି ରିପୋର୍ଟ ଆସିବା ମାତ୍ରେ କ୍ଷତିପୂରଣ ମିଳିବ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।