ଡିସଚାର୍ଜ ହେଲେ ପ୍ରତାପ ଷଡ଼ଙ୍ଗୀ, ଡାକ୍ତର ଦେଲେ ବଡ଼ ସୂଚନା..
ଓଏଲ୍ ବ୍ୟୁରୋ: ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ଡାକ୍ତରଙ୍କ ପରାମର୍ଶ ପରେ ଡିସଚାର୍ଜ କରାଯାଇଛି। ଗତ ୧୯ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସାଂସଦ ମୁକେଶ ରାଜପୁତ ମଧ୍ୟ ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ସଂସଦ ପରିସରରେ ଠେଲାପେଲାରେ ଆହତ ହୋଇଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ମୁକେଶ ରାଜପୁତ। ସଂସଦ ଭବନ ସିଡ଼ି ଚଢିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଠେଲି ଦେଇଥିବା ପ୍ରତାପ ଅଭିଯୋଗ କରିଥିଲେ। ଆଜି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ମୁକେଶ ରାଜପୁତ ଡିସଚାର୍ଜ ହେବା ନେଇ ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲ ଡାକ୍ତର କହିଛନ୍ତି, ସ୍ୱାସ୍ଥ୍ୟବସ୍ତା ସଠିକ ଥିବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି।
ସୂଚନା ଅନୁଯାୟୀ, ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ତାଙ୍କୁ ୧୯ ତାରିଖ ଦିନ ଭର୍ତ୍ତି କରାଯାଇଥିଲା।