MKCG ଡାକ୍ତରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ହଷ୍ଟେଲ୍ ବାରଣ
ଓଏଲ୍ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ଏମକେସିଜି ମେଡିକାଲ କଲେଜରେ ପୂର୍ବରୁ ରାଗିଂ ଅଭିଯୋଗ ହୋଇଥିବାବେଳେ ପିଜି ହଷ୍ଟେଲ୍ ନଂ ୩ରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ କଲେଜର ଶୃଙ୍ଖଳାଗତ କମିଟି ବଡ଼ ନିଷ୍ପତ୍ତି ନେଇଛି।
ବ୍ରହ୍ମପୁର MKCG ପିଜି ହଷ୍ଟେଲ୍ ନଂ ୩ରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ମାଡ଼ ମାରିଥିବା ୫ ଜଣଙ୍କୁ ହଷ୍ଟେଲ୍ ବାରଣ ନେଇ ଶୃଙ୍ଖଳାଗତ କମିଟିର ନିଷ୍ପତ୍ତି ନେଇଥିବା MKCG ମେଡିକାଲ୍ ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାସ ସୂଚନା ଦେଇଛନ୍ତି। ରାତି ସାଢ଼େ ୧୧ରେ କ୍ୟାଣ୍ଟିନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିକାଲ୍ ପରିସରରେ ଗୁଟ୍ଖା, ନିଶା ଦ୍ରବ୍ୟ ସେବନ ବାରଣ କରାଯାଇଛି।