ନିର୍ବାଚନରେ ଅନିୟମିତତା ଅଭିଯୋଗ: ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୬ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏସବୁ ଭିତରେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ସଂସଦୀୟ ଟିମ୍।
୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ଫେରାଦ ହେଲା। ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ କରିଛି ବିଜେଡି। ଇସିଙ୍କୁ ଭେଟିବା ପରେ ବିଜେଡି ସଂସଦୀୟ ଟିମ୍ ସମ୍ମିଳନୀ କରି ୨୦୨୪ ନିର୍ବାଚନରେ ଅନିୟମିତତା ନେଇ ଅଭିଯୋଗ ଆଣିଛି।
ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ସହ ଲୋକସଭା ଓ ବିଧାନସଭାରେ ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି କରିଛି ବିଜେଡି। ECI ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ଦର୍ଶାଇଲେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନି ବୋଲି ବିଜେଡି କହିଛି। ଏନେଇ ସିଇଓଙ୍କୁ ଅନୁଧ୍ୟାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।