ପୁଣି ରାଜସ୍ଥାନରେ ବୋରୱେଲ୍ ଟ୍ରାଜେଡି, ୧୫୦ ଫୁଟ୍ ତଳେ ଫସିଲା କୁନି ଝିଅ
ଓଏଲ୍ ବ୍ୟୁରୋ: ୧୦ ଦିନର ବ୍ୟବଧାନ ପରେ ପୁଣି ରାଜସ୍ଥାନରେ ବୋରୱେଲ୍ ଟ୍ରାଜେଡି ଦେଖିବାକୁ ମିଳିଛି। ବୋରୱେଲ୍ରେ ଫସିଛି ୩ ବର୍ଷର କୁନି ଝିଅ ଚେତନା। କୋଟପୁତଳୀ କିତରପୁରାରେ ସୋମବାର ଦିନ ଘର ବାହାରେ ଖେଳିବା ସମୟରେ ୩ ବର୍ଷର କୁନି ଝିଅ ଚେତନା ୧୫୦ ଫୁଟ୍ ବୋରୱେଲ୍କୁ ଖସି ପଡ଼ିଲା। ୩ ବର୍ଷର କୁନି ଝିଅ ଚେତନା ୧୫୦ ଫୁଟ୍ ବୋରୱେଲ୍କୁ ଖସି ପଡ଼ିବା ପରେ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପାଇପ୍ ମାଧ୍ୟମରେ ନାବାଳିକାକୁ ଅକ୍ସିଜେନ୍ ଦିଆଯାଉଛି। nଉଦ୍ଧାର କାର୍ଯ୍ୟରେ NDRF ଓ SDRF ନିୟୋଜିତ ଅଛନ୍ତି। ତେବେ ବାରମ୍ବାର ବୋରୱେଲ୍ ଟ୍ରାଜେଡି ଏକ ଚିନ୍ତାର ବିଷୟ ପାଲଟିଛି।
ସୂଚନା ଥାଉକି, ଡିସେମ୍ବର ଦ୍ୱିତୀୟ ସପ୍ତାହରେ ରାଜସ୍ଥାନରେ ବୋରୱେଲ୍ ଟ୍ରାଜେଡି ଦେଖିବାକୁ ମିଳିଥିଲା। ୫ ବର୍ଷର ଶିଶୁ ଖେଳିବା ସମୟରେ ଗାତରେ ପଡ଼ିଯାଇଥିଲା। ରାଜସ୍ଥାନ ଦୌସା ଜିଲ୍ଲା ପପର୍ଦା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ୧୫୦ ଫୁଟ ତଳୁ ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି କରାଯାଇଥିବାବେଳେ ଶିଶୁକୁ ସୁସ୍ଥ ରଖିବା ପାଇଁ ଅମ୍ଳଜାନ ପଠା ଯାଉଥିଲା। ମେଡିକାଲ ଦଳ, ଏନଡିଆରଏଫ, ଏସଡିଆରଏଫ ଉଦ୍ଧାରକାରୀ ଦଳ ଜୋରଦାର ଉଦ୍ୟମ ଜାରି କରିଥିଲେ। ଶେଷରେ ଶିଶୁକୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳେକୁ ୫ ବର୍ଷ ଶିଶୁର ଜୀବନ ଚାଲିଯାଇଥିଲା।