Odisha Link
Bridging the Missing Links in Odisha

ଚାଲିଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ବଡ଼ ସୂଚନା ଦେଲେ ଏଏସ୍ଆଇ ବୈଷୟିକ ଯନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି। ଲୁହା ଭାରା ବନ୍ଧାଯାଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ରତ୍ନଭଣ୍ଡାରରୁ ୯୦% ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି। ପ୍ଲାଷ୍ଟର ଛଡ଼ା କାର୍ଯ୍ୟରେ ୨୫ ଏଏସ୍ଆଇ କାରିଗର ସାମିଲ ହୋଇଥିଲେ। ମରାମତି କାର୍ଯ୍ୟ ନେଇ ଏଏସ୍ଆଇ ବୈଷୟିକ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ଏଏସ୍ଆଇ ବୈଷୟିକ ଯନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର କାନ୍ଥ, ଖିଲଣରେ ଅନେକ ଫାଟ ରହିଛି। ଆଉ ୨ଦିନ ଭିତରେ ସମ୍ପୂର୍ଣ୍ଣ ଚୂନଛଡ଼ା କାମ ସରିବ। ପରେ ଫାଟ ଥିବା ପଥରଗୁଡ଼ିକ ହଟାଯାଇ ସେଠାରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥର ଲଗାଯାଇ ମରାମତି କରାଯିବ।

ପ୍ରାୟ ୧୫ରୁ ୨୦ କୁଶଳୀ ଶ୍ରମିକଙ୍କୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବା ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।

Leave A Reply

Your email address will not be published.