Odisha Link
Bridging the Missing Links in Odisha

ନୂଆବର୍ଷରୁ ଆଉ ରହିବନି ପାର୍ଟପ୍ଲଟ ବିକ୍ରି ସମସ୍ୟା, ବଡ଼ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗୁ ହୋଇଛି ‘ରେରା’ ଆଇନ୍ ବା ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ। ଏହି ରେରା ଆଇନ୍‌ ଲାଗୁ ହେବା ପରେ ବଢିଛି ଜମି କିଣା ବିକା ସମସ୍ୟା। ଏହି ଆଇନକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ତେବେ ଏହି ଆଇନରେ ପରିବର୍ତ୍ତନ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଆବଶ୍ୟକ ପଡିଲେ ହେବ ରେରା ଆଇନର ସଂଶୋଧନ, ଆଉ ରହିବନି ସମସ୍ୟା।

ନୂଆ ବର୍ଷରୁ ଆଉ ରହିବନି ପାର୍ଟପ୍ଲଟ ବିକ୍ରି ସମସ୍ୟା। ଡିସେମ୍ବର ୩୧ ବୈଠକରେ ସମାଧାନର ବାଟ ବାହାରିବ, ରେରା ଆଇନ ଆବଶ୍ୟକ ପଡିଲେ ସଂଶୋଧନ ହେବ। ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି। ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଥିଲା। ବେଆଇନ ଭାବେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି, ୩୧ ଜଣ ଜିଲ୍ଲା ରେଜିଷ୍ଟର, ସବ ରେଜିଷ୍ଟରଙ୍କୁ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରାଯାଇଛି। ସେମାନେ କେତେ ଭଲ ଉଦ୍ଦେଶ୍ୟ ଥିଲା କେତେ ମନ୍ଦ ଥିଲା ତାର ମଧ୍ୟ ଖୋଳତାଡ଼ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Leave A Reply

Your email address will not be published.