Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ଅନୁଷ୍ଠିତ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ସୁରକ୍ଷା ଯୋଗାଇବା।

ଗ୍ରାହକଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ଯେକୌଣସି ଗ୍ରାହକ ଅନ୍ୟାୟ ବାଣିଜ୍ୟ ଉପରେ ଅଭିଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ପୂର୍ବରୁ ବ୍ୟବସାୟ କାରବାରରେ ଅନେକ ହେର୍‌ଫେର୍‌ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଅଧିନିୟମ ପ୍ରସ୍ତୁତ କରାଯାଇଛି।

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଏହି ଅବସରରେ ଉପଭୋକ୍ତାଙ୍କୁ ଠକେଇଠୁ ଦୂରରେ ରହିବାକୁ ସାବଧାନ କରାଇଛନ୍ତି। ସେବା ଓ ସାମଗ୍ରୀକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଠକ ସଂସ୍ଥା ମାନଙ୍କଠାରୁ କିଏ ନ କିଏ ଠକେଇର ଶିକାର ହୋଇଛନ୍ତି। ମୁଁ ମଧ୍ୟ ଦୁଇଥର ଠକେଇର ଶିକାର ହୋଇଛି। ଥରେ ସରକାରୀ ସଂସ୍ଥାରେ ଠକେଇ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.