Odisha Link
Bridging the Missing Links in Odisha

ଖୁବଶୀଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ, ମନ୍ତ୍ରୀ କହିଲେ-ସରକାର ପ୍ରସ୍ତୁତ..

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା। ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି। ଯାହାଦ୍ୱାରା ବର୍ତମାନ ଚାଷୀ ହତାସ। ଏହି ପରିସ୍ଥିତି ରେ ସେ କରିବ କଣ ସେହି ଚିନ୍ତାରେ ଚାଷୀ ଥିବାବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି, ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ। ନଷ୍ଟ ଧାନ କିପରି ବିକିବୁ, ଏହା ସହ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ। ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ। ଅଦିନିଆ ବର୍ଷାର କ୍ଷୟକ୍ଷତି ଆକଳନ ହେବ। ୫ଦିନ ଭିତରେ କ୍ଷତିପୂରଣ ରାଶି ମିଳିବ। କ୍ଷୟକ୍ଷତି ରିପୋର୍ଟ ଆସିବା ମାତ୍ରେ କ୍ଷତିପୂରଣ ମିଳିବ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.