Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଲଘୁଚାପ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠୁ ପୁଣି ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ମେଘୁଆ ପାଗ ସହ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆଗାମୀ ଦୁଇ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ରାଜ୍ୟର ୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ୧୧ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନା ଅନୁସାରେ, ଆଜି ଗଞ୍ଜାମ, ଗଜପତି, ଜଗତସିଂହପୁର, କୋରାପୁଟ, କେନ୍ଦ୍ରାପଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ବୌଦ୍ଧ, ଯାଜପୁର, କଟକ, ନୟାଗଡ଼, କଳାହାଣ୍ତି, ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ୨୭ ତାରିଖରୁ କମିବ ପାରଦ, ରାଜ୍ୟରେ ଶୀତ ବଢିବ।

Leave A Reply

Your email address will not be published.