ଇଡି ରେଡ୍ ଘଟଣା: ବଡ଼ ବୟାନ ଦେଲେ ନିରଞ୍ଜନ ପଟ୍ଟନାୟକ..
ଓଏଲ୍ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଥିଲା। କେଉଁ ଘଟଣା ନେଇ ଇଡି ରେଡ୍ କରୁଛି କିଛି ସ୍ପଷ୍ଟ ହୋଇନଥିବାବେଳେ ଏନେଇ ଆଜି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବୟାନ ଦେଇଛନ୍ତି।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଇଡି ମୋତେ କିଛି ପଚାରିନି, ତାଙ୍କ କାମ ସେମାନେ କଲେ। ଭାଇ ଓ ପୁଅର ବ୍ୟବସାୟ ସଂକ୍ରାନ୍ତରେ ତଦନ୍ତ କଲେ। ପ୍ରାୟ ୧୦ ଘଣ୍ଟା ଧରି ଇଡି କାଗଜପତ୍ର ଯାଞ୍ଚ କଲା। କାହିଁକି ତଦନ୍ତ କଲେ ସେ କଥା ଇଡି ହିଁ କହିପାରିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।