Odisha Link
Bridging the Missing Links in Odisha

ରାଜନୀତିରେ ଚିଟ୍‌ଫଣ୍ଡ ତାତି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି ଚିଟ୍‌ଫଣ୍ଡ ଟଙ୍କା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଉପଭୋକ୍ତା ଦିବସରେ ଦେଇଥିବା ବୟାନ ଚର୍ଚ୍ଚା ବଢ଼ାଇଛି। ମୁଖ୍ୟମନ୍ତ୍ରୀ ୨ ଥର ଠକେଇର ଶିକାର ହୋଇଥିବା ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ଶାସକଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି।

ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ମିଳିବ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ମନମୋହନ କହିଛନ୍ତି, କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ବହୁତ ଶୀଘ୍ର ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୀଘ୍ର ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ଶେଷ କରାଯିବ। ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି। ରିପୋର୍ଟ କିପରି ଉପସ୍ଥାପନ ହେବ ସରକାର ଚିନ୍ତା କରୁଛନ୍ତି। ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ବ ଥିଲା କଲେ ନାହିଁ ବୋଲି ମନମୋହନ ସାମଲ କହିଛନ୍ତି।

ମନମୋହନଙ୍କ ବୟାନ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଜବାବ ଦେଇଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ପୂର୍ବ ସରକାର ଦାୟିତ୍ବ କହି କେତେଦିନ ଫାଙ୍କା ମାରିବ ପଚାରିଲେ। ସରକାର ବହୁତ କଥା ବିଚାର କରୁଛନ୍ତି, ଆକ୍ସନ କାହିଁକି ନେଉନାହାନ୍ତି। ଚିଟ୍‌ ଫଣ୍ଡ କଥା ବିଚାର କରୁ କରୁ ସରକାର ସରିଯାଇଥିବ। ସରକାର ଆଇନର ପ୍ରୟୋଗ କରନ୍ତୁ, ଭାଷଣ ଦେଲେ ଡ୍ୟୁଟି ସରେନି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Leave A Reply

Your email address will not be published.