Odisha Link
Bridging the Missing Links in Odisha

ମାର୍ଚ୍ଚରେ ମିଳିବ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା, ଉପକୃତ ହେବେ କୋଟିଏ ହିତାଧିକାରୀ

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ମାର୍ଚ୍ଚରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ। ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକସଙ୍ଗେ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ୭୫ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କା ଦ୍ବାରା ଛୋଟ ବ୍ୟବସାୟ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.