ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ହେବ ଯାଞ୍ଚ, ଭଙ୍ଗାଯିବ ବେଆଇନ ଘର
ଓଏଲ୍ ବ୍ୟୁରୋ: କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରି ହୋଇଛି। କିଛି ବ୍ୟକ୍ତିଙ୍କ ନାଁରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ଯାଞ୍ଚ ହେବ। ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଯଦି ଗଫଲତି ବାହାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରନ୍ତୁ। କିଛି ବ୍ୟକ୍ତିଙ୍କ ନାଁରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ବେଆଇନ ଭାବେ ଜାଗା କିଣି ଘର କରିଥିଲେ ଉଚ୍ଛେଦ ହେବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।