Odisha Link
Bridging the Missing Links in Odisha

ପରିବହନ ମନ୍ତ୍ରୀଙ୍କ ଘୋଷଣା: ସଡ଼କ ଦୁର୍ଘଟଣାରେ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା

ଓଏଲ୍‌ ବ୍ୟୁରୋ: ସଡକ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନେକ ପଙ୍ଗୁ ହେଉଯାଉଥିବାବେଳେ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି। ଚିକିତ୍ସା ଅବହେଳାରୁ ଅନେକ ଆହତଙ୍କ ଜୀବନ ମଧ୍ୟ ଚାଲିଯାଉଛି। ତେବେ ସଡକ ଦୁର୍ଘଟଣାରେ ଆହତଙ୍କ ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ ଘୋଷଣା କରିଛନ୍ତି। ରାସ୍ତା ଦୁର୍ଘଟଣାରେ ଆହତଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ। ୨୪ ଘଣ୍ଟା ମଧ୍ୟରେ ଆହତଙ୍କୁ ମିଳିବ ଦେଢ଼ ଲକ୍ଷ ଯାଏଁ କ୍ୟାସଲେସ୍ ଚିକିତ୍ସା ସୁବିଧା। ହିଟ୍ ଆଣ୍ଡ୍ ରନ୍‌ରେ ମୃତକଙ୍କ ପରିବାରକୁ ୨ ଲକ୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳିବ।

Leave A Reply

Your email address will not be published.