Odisha Link
Bridging the Missing Links in Odisha

ପୁଣି ବିଜେପିରେ ଯୋଗ ଦେଲେ ରଘୁବର ଦାସ

ଓଏଲ୍‌ ବ୍ୟୁରୋ: ସରଗରମ ଝାଡ଼ଖଣ୍ଡ ରାଜନୀତି। ଓଡିଶାର ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ୧୪ ମାସ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ସେ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ୨୦୨୩ ଅକ୍ଟୋବର ୧୮ ତାରିଖରେ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ। ସେ ଇସ୍ତଫା ଦେବା ପରେ ରାଜନୀତିରେ ପୁଣି ଥରେ ବିଧିବଧ ଭାବେ ସାମିଲ ହେବା ନେଇ ଚର୍ଚ୍ଚା ବଢିଥିଲା।

Leave A Reply

Your email address will not be published.