ବାଲେଶ୍ୱରରେ କର୍ଫ୍ୟୁ, ସୁରକ୍ଷା କଡାକଡି
ଓଏଲ୍ ବ୍ୟୁରୋ: ବାଲେଶ୍ବରରେ କର୍ଫ୍ୟୁ। ବାଲେଶ୍ବରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି। ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ। ଜବରଦଖଲ ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଇଛି ପ୍ରଶାସନ।
ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଅରଡ ବଜାରଠାରୁ ପରିବା ମାର୍କେଟ, ହରିପୁରଠାରୁ ଦର୍ଜି ପୋଖରୀ ଛକ, କଷ୍ମିଳା ପୋଲଠାରୁ ଫୁଲାଡି ଛକ, ନୁଆବଜାର ରେଳ ଫାଟକ ଓ ଗଳା ପୋଲଠାରୁ ନୂଆବଜାର ପରିବା ମାର୍କେଟର ଉଭୟେ ପାର୍ଶ୍ୱ ରାସ୍ତାରେ ବିଏନଏସର ଧାରା ୧୬୩ ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭୋର ୪ଟାରୁ ରାତି ୧୦ଟା ଓ ଆସନ୍ତା କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରୀ କରିଥିବା ସୂଚନା ଦେଇଛନ୍ତି ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ।