Odisha Link
Bridging the Missing Links in Odisha

୯ଟି ରୁଟରେ ଗଡ଼ିଲା ୧୩ଟି ନୂଆ ବସ୍

ଓଏଲ୍‌ ବ୍ୟୁରୋ: ଜନସାଧାରଣଙ୍କ ସୁୁବିଧା ଓ ପରିବହନ କ୍ଷେତ୍ରର ବିକାଶ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ୯ଟି ନୂଆ ରୁଟ୍‌ରେ ୧୩ଟି ବସ୍‌ ସେବା ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଭାସୀ ମାଧ୍ୟମରେ ଏହି ବସ୍ ସେବା ଆରମ୍ଭ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ, ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପରିବହନ ଭିତ୍ତିଭୂମି ବିକାଶ କରାଯିବ। ଏହା ଦ୍ବାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶିକ୍ଷା, କୃଷି, ଶିଳ୍ପ କ୍ଷେତ୍ରରେ ବିକାଶ କରାଯାଇପାରିବ। ଓଡ଼ିଶା ତଥା ଆଭ୍ୟନ୍ତରୀଣ ଅଞ୍ଚଳର ଲୋକଙ୍କ ଗମନାଗମନ ସୁଲଭ ଓ ଆରାମଦାୟକ ହୋଇପାରିବ। ଲୋକଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ।

ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଓ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ। ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ୱର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ।

ସୂଚନାଥାଉକି, ରାଜ୍ୟର ବିଭିନ୍ନ ରୁଟ୍‌ରେ ବସ୍ ସେବାର ଆବଶ୍ୟକତା ଥିଲା ବେଳେ ସେଠାରେ ବସ୍ ଚଳାଚଳ ହେଉ ନଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏହାକୁ ଲକ୍ଷ୍ୟରେ ରଖି ପରିବହନ ମନ୍ତ୍ରୀ ଶ୍ରୀ ଜେନାଙ୍କ ପକ୍ଷରୁ ବିଧାୟକମାନଙ୍କୁ ପତ୍ର କରାଯାଇ ନୂଆ ରୁଟ୍ ସମ୍ପର୍କରେ ପ୍ରସ୍ତାବ ମଗାଯାଇଥିଲା। ନିଜେ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ଏ ସଂକ୍ରାନ୍ତୀୟ ସମୀକ୍ଷା କରିଥିଲେ। ଏହା ପରେ ବିଧାୟକମାନଙ୍କ ପ୍ରସ୍ତାବ, ସ୍ଥାନୀୟ ଆବଶ୍ୟକତାକୁ ନଜରରରେ ରଖାଯାଇ ପ୍ରଥମ ପର୍ଯ୍ୟାୟରେ ୯ଟି ନୂଆ ରୁଟ୍‌ରେ ବସ୍ ସେବା ଆରମ୍ଭ ହୋଇଛି।

Leave A Reply

Your email address will not be published.