Odisha Link
Bridging the Missing Links in Odisha

ରାଜ୍ୟରେ ନାହାଁନ୍ତି HMPV ଆକ୍ରାନ୍ତ, ସ୍ପଷ୍ଟୋକ୍ତି ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ..

ଓଏଲ୍‌ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା। ଦିନ ଗଡ଼ିବା ସହିତ ଏହି ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଏହି ଭାଇରସ୍‌ ଭାରତରେ ପ୍ରବେଶ କରି ସାରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଗୁଜରାଟର ଅହମଦାବାଦ ପରେ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ଦୁଇ ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)ଆକ୍ରାନ୍ତ।

ଭାରତରେ ୫ ଜଣ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ଯାହା ଚିନ୍ତାଜନକ ବିଷୟ ପାଲଟିଛି। ତେବେ ଓଡ଼ିଶାରେ କୌଣସି ରୋଗୀ ଚିହ୍ନଟ ହୋଇନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ଖୋର୍ଦ୍ଧାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଗୁଜବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.