ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟତା, ମାସକୁ ମିଳିବ ୩୦ ହଜାର ଟଙ୍କା
ଓଏଲ୍ ବ୍ୟୁରୋ: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ବର୍ତ୍ତମାନ ଜୀବିତ ପଦ୍ମ ପୁରସ୍କାର ବିଜେତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସକୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।