Odisha Link
Bridging the Missing Links in Odisha

ଦୁଇଦିନିଆ ଓଡ଼ିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି, ଭୁବନେଶ୍ୱରରେ ଟ୍ରାଫିକ୍‌ କଟକଣା ଜାରି..

ଓଏଲ୍‌ ବ୍ୟୁରୋ: ୫ ଦିନିଆ ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନେ ମୁତୟନ ରହିବେ। ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌‌ କଟକଣା ଲାଗୁ କରାଯାଇଛି। ସେଥିପାଇଁ ଟ୍ରାଫିକ୍‌‌ ଗାଇଡ୍‌‌ଲାଇନ୍‌‌ ଜାରି କରିଛି କମିସନରେଟ୍‌‌ ପୁଲିସ। ୨ ଦିନ ଟ୍ରାଫିକ୍‌‌ କଟକଣା ରହିବ।

ଦିନ ୧୧.୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଅପରାହ୍ଣ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ଣ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ତାହା ସହିତ ୱାର୍ଲ୍ଡ ସ୍କିଲ୍‌‌ ସେଣ୍ଟର ମଧ୍ୟ ବୁଲି ଦେଖିବେ। ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ୍‌‌ ଭିଲେଜ୍‌‌ ବୁଲି ଦେଖିବେ, ତାହା ପରେ ଆଇଓସିଏଲ୍‌‌ ଇଣ୍ଟରପେସନ ବୁଲି ଦେଖିବେ। ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଅପରାହ୍ଣରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍‌‌ର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ କାରକେଡ୍‌ ଯିବା ବେଳେ ଅନ୍ୟ ଗାଡ଼ି ମନା। ଜାଣନ୍ତୁ କେଉଁ ରାସ୍ତାରେ ଲାଗିଛି କଟକଣା..

ଶୁକ୍ରବାର ଅପରାହ୍ଣ ୧୦ଟା ୫ରୁ ୧୧ଟା ୪୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ୍‌‌ ଛକ-ଏଜି ଛକ-ବାମ ମୋଡ଼-ରାଜଭବନ ଛକ-ବାମ ମୋଡ଼-ଗୋପବନ୍ଧୁ ଛକ- ବାମ ମୋଡ଼-ଓୟୁଏଟି ଛକ-ଡାହାଣ ମୋଡ଼-ସିଟି ଓମେନ୍ସ କଲେଜ୍‌‌ ଛକ-ଡେଲ୍‌‌ଟା ଛକ- ଫାୟାର ଷ୍ଟେସନ୍‌‌ ଛକ-ବାମ ମୋଡ଼-ବରମୁଣ୍ଡା ଫ୍ଲାଏଓଭର-ଖଣ୍ଡଗିରି ଫ୍ଲାଏଓଭର-କସ୍ମୋପଲିସ୍‌‌ ଛକ-ଡୁମ୍‌‌ଡୁମା ଅଣ୍ଡର ପାସ୍‌‌-ଗେଲ୍‌‌ ଷ୍ଟେସନ୍‌‌ ଅଣ୍ଡର ପାସ୍‌‌ ଦେଇ ହୋଟେଲକୁ ଯିବେ। ଅପରାହ୍ଣ ୨ଟା ୪୦ରୁ ଅପରାହ୍ଣ ୩ଟା ୨୦ ପର୍ଯ୍ୟନ୍ତ କଟକଣା କରାଯାଇଛି। ହୋଟେଲରୁ ବାହାରି ଗେଲ୍‌‌ ଷ୍ଟେସନ୍‌‌ ଅଣ୍ଡର ପାସ୍‌‌-ଡାହାଣ ମୋଡ଼-ଖଣ୍ଡଗିରି ଫ୍ଲାଏ ଓଭର-ବରମୁଣ୍ଡା ଫ୍ଲାଏ ଓଭର-ଫାୟାର ଷ୍ଟେସନ୍‌‌ ଫ୍ଲାଏଓଭର-ସିଆର୍‌‌ପି ଫ୍ଲାଏଓଭର-ଜୟଦେବ ବିହାର ଫ୍ଲାଏଓଭର-ଆଚାର୍ଯ୍ୟ ବିହାର ଫ୍ଲାଏଓଭର-ବାଣୀବିହାର ଫ୍ଲାଏଓଭର-ଭିଏସ୍‌‌ଏସ୍‌‌ ନଗର ବାମ ମୋଡ଼-ଭିଏସ୍‌‌ଏସ୍‌‌ ନଗର ଫ୍ଲାଏଓଭର-କ୍ୟାପିଟାଲ୍‌‌ ଟୋୟୋଟା-ବାମ ମୋଡ଼ ୱାର୍ଲ୍ଡ ସ୍କିଲ୍‌‌ ସେଣ୍ଟର ମଞ୍ଚେଶ୍ୱରଠାରେ ପହଞ୍ଚିବେ।

ସନ୍ଧ୍ୟା ୫ଟା୨୦ରୁ ୬ଟାରେ ୱାର୍ଲ୍ଡ ସ୍କିଲ ସେଣ୍ଟର ମଞ୍ଚେଶ୍ୱର-କ୍ୟାପିଟାଲ୍‌‌ ଟୋୟୋଟା-ଡାହାଣ ମୋଡ଼-ଭିଏସ୍‌‌ଏସ୍‌‌ ନଗର ଫ୍ଲାଏଓଭର- ଭିଏସ୍‌‌ଏସ୍‌‌ ନଗର-ବାମ ମୋଡ଼-ରସୁଲଗଡ଼଼ ଛକ ୟୁଟର୍ଣ୍ଣ କରି ବାଣୀବିହାର ଫ୍ଲାଏଓଭର-ଆଚାର୍ଯ୍ୟ ବିହାର ଫ୍ଲାଏଓଭର-ଜୟଦେବ ବିହାର ଫ୍ଲାଏଓଭର-ସିଆର୍‌‌ପି ଫ୍ଲାଏଓଭର-ଫାୟାର ଷ୍ଟେସନ୍‌‌ ଫ୍ଲାଏଓଭର-ବରମୁଣ୍ଡା ଫ୍ଲାଏଓଭର-ଖଣ୍ଡଗିରି ଫ୍ଲାଏଓଭର-କସ୍ମୋପଲିସ୍‌‌ ଛକ- ଡୁମ୍‌‌ଡୁମା ଅଣ୍ଡର ପାସ୍‌‌-ଗେଲ୍‌‌ ଷ୍ଟେସନ୍‌‌ ଅଣ୍ଡର ପାସ୍‌‌ ଦେଇ ହୋଟେଲରେ ପହଞ୍ଚିବେ। ସନ୍ଧ୍ୟା ୭ଟା ୧୫ରୁ ୭ଟା ୩୫ରେ ଗେଲ୍‌‌ ଷ୍ଟେସନ୍‌‌ ଅଣ୍ଡର ପାସ୍‌‌-ଡୁମ୍‌‌ଡୁମା ଅଣ୍ଡର ପାସ୍‌‌- କୋଳଥିଆ ଛକ-ଖଣ୍ଡଗିରି ଛକ-ଡାହାଣ ମୋଡ଼-ଜାଗମରା ଛକ-ଗଣ୍ଡମୁଣ୍ଡା ଛକ-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳା ଭୂମି ଜାଗମରାରେ ପହଞ୍ଚି ସେଠାରେ ରାତ୍ରିଭୋଜନ କରିବେ।

Leave A Reply

Your email address will not be published.