Odisha Link
Bridging the Missing Links in Odisha

କାଲିଠୁ ଚିଲିକାରେ ପକ୍ଷୀ ଗଣନା, ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ

ଓଏଲ୍‌ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ନଳବଣକୁ ବିଦେଶୀ ପକ୍ଷୀ ଆସିବା ଆରମ୍ଭ କଲେଣି। କାଲିଠୁ ଅର୍ଥାତ ୧୮ ତାରିଖରୁ ଆରମ୍ଭ ହେବ ଚିଲିକା ପକ୍ଷୀ ଗଣନା। ୫ଟି ରେଞ୍ଜ୍‌ରେ ସକାଳ ୬ରୁ ୧୨ ଯାଏଁ ପକ୍ଷୀ ଗଣନା ହେବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା, ଚିଲିକାରେ ଗଣନା ହେବ। ଗଣନା ପାଇଁ ୨୧ଟି ଟିମ୍, ପ୍ରତି ଟିମ୍‌ରେ ୪ରୁ ୫ ରହିବେ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ୨୦ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ଡଲଫିନ୍‌ ଗଣନା ହେବ। ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ ଭଳି ଅତ୍ୟାଧୁନିକ ଯନ୍ତ୍ରର ବ୍ୟବହାର ହେବ। ଗଣନା ସମୟରେ ଚିଲିକାରେ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯିବ।

୨୦୨୪ ଜାନୁଆରୀ ମାସ ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ। ଗତ ବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିଲେ। ଗତବର୍ଷ ତୁଳନାରେ ଏ ବର୍ଷ ଚିଲିକାକୁ ୫୮୩୦ ଅଧିକ ପକ୍ଷୀ ଆସିଛନ୍ତି। ଏଥିସହ ୩ଟି ଅଧିକ ପ୍ରଜାତିର ପକ୍ଷୀ ଠାବ ହୋଇଥିଲେ।

Leave A Reply

Your email address will not be published.