ଖୁସି ଖବର: ଭୁଲ୍ରେ ବାଦ୍ ପଡ଼ିଥିବା ୧୭ ହଜାର ଆବେଦନକାରୀ ସୁଭଦ୍ରାରେ ସାମିଲ
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ଟଙ୍କା ମିଳିବ। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।
ସୁଭଦ୍ରା ପୋର୍ଟାଲରୁ ଭୁଲ୍ରେ ନାମ ବାଦ୍ ହୋଇଯାଇଥିବା ୧୭ ହଜାର ଆବେଦନକାରୀଙ୍କୁ ସୁଭଦ୍ରା ପୋର୍ଟାଲରେ (OPT IN) ଦ୍ୱାରା ସାମିଲ କରାଯାଇଛି। ୩୧ ହଜାର ଅପ୍ଟ ଆଉଟ୍ ହୋଇଥିଲେ, ୧୭ ହଜାର ମିଶିଲେ। ଇ-କେୱାଇସି କଲେ ଯୋଗ୍ୟ ଆବେଦନକାରୀ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ବୋଲି ପ୍ରଭାତୀ ପରିଡା କହିଛନ୍ତି।।