ଶିରିଡ଼ି ବୁଲିବେ ବରିଷ୍ଠ ନାଗରିକ, ସ୍ଵତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲାଇବେ ରାଜ୍ୟ ସରକାର। ଏଥି ପାଇଁ ଆଜି ଶିରିଡ଼ି ଗଲା ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍। ୮୦୦ ବରିଷ୍ଠ ନାଗରିକଙ୍କୁ ନେଇ ଶିରିଡ଼ି ଗଲା ତୀର୍ଥଯାତ୍ରୀ ଟ୍ରେନ୍। ଭୁବନେଶ୍ବର ଷ୍ଟେସନରୁ ଶିରିଡ଼ି ଅଭିମୁଖେ ବାହାରିଲା ଟ୍ରେନ।ସବୁଜ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଭୁବନେଶ୍ଵର-ଶିରିଡ଼ି-ନାସିକ ସ୍ପେଶାଲ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।