Odisha Link
Bridging the Missing Links in Odisha

ଉତ୍ସବମୁଖର ଅଯୋଧ୍ୟା ନଗରୀ, ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ

ଓଏଲ୍‌ ବ୍ୟୁରୋ: ଆଜି ପ୍ରଭୁ ରାମଲାଲାଙ୍କ ଐତିହାସିକ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳୁଛି ରାମ ଜନ୍ମଭୂମି ଅଯୋଧ୍ୟା। ଗତବର୍ଷ (୨୦୨୪) ଜାନୁଆରୀ ୨୨ ତାରିଖରେ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ଏହି ବିଧିରେ ଅଂଶଗ୍ରହଣ କରିଥିଲେ। ତେବେ ତିଥି ଅନୁସାରେ, ଜାନୁଆର୍ଯ୍ୟ ୧୧ରେ ଏକ ବର୍ଷ ପୂର୍ତ୍ତି ହେଉଥିବାରୁ ପ୍ରଥମ ବାର୍ଷିକୀ ପାଳନ କରାଯାଉଥିଲା। ଆଜି ତାରିଖ ମୁତାବକ ଐତିହାସିକ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳୁଛି ରାମ ଜନ୍ମଭୂମି ଅଯୋଧ୍ୟା। ଆଜି ମଧ୍ୟ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଆଜି ରାମଲାଲାଙ୍କ ବିଶେଷ ନୀତିକାନ୍ତି ଓ ଶୃଙ୍ଗାର ସହ ପୂଜାର୍ଚ୍ଚନା କରାଯାଉଛି।

ଭାରତୀୟ ସଂସ୍କୃତିରେ ପ୍ରାୟ ସମସ୍ତ ପର୍ବପାର୍ବଣୀ ଇଂରାଜୀ କ୍ୟାଲେଣ୍ଡର ପରିବର୍ତ୍ତେ ହିନ୍ଦୁ କ୍ୟାଲେଣ୍ଡର ତଥା ପାଞ୍ଜି ନିର୍ଦ୍ଧାରିତ ତିଥି ଅନୁସାରେ ପାଳନ କରାଯାଏ। ଯାହା ପୂର୍ବରୁ ନିର୍ଦ୍ଧାରିତ ରହିଥାଏ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଇଂରାଜୀ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୨୨ ତାରିଖରେ କରାଯାଇଥିଲା। ତେବେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗତ ବର୍ଷେ ହେବ ପୂଜାର୍ଚ୍ଚନା ଜାରି ରହିଛି । ମାତ୍ର ମନ୍ଦିର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି । ଆସନ୍ତାବର୍ଷ (୨୦୨୬) ସୁଦ୍ଧା ମନ୍ଦିର ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବେ ବିଭିନ୍ନ ମଣ୍ଡପର କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ମୁଖ୍ୟ ମନ୍ଦିରର ଚୂଡା କାମ ଜାରି ରହିଛି।

Leave A Reply

Your email address will not be published.