Odisha Link
Bridging the Missing Links in Odisha

ରାଜ୍ୟରେ ଅଯୋଗ୍ୟ ରାସନ୍‌କାର୍ଡ ହିତାଧିକାରୀ ଚିହ୍ନଟ, ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି ରାସନ କାର୍ଡ। ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ୍‌ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି। ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ। ସବୁ ପ୍ରକାର ଲୋକ ଅଛନ୍ତି, ନିବେଦନ କରୁଛି ସରେଣ୍ଡର କରନ୍ତୁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡ୍‌ଲାଇନ୍‌ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.