ଗ୍ରୀଡ୍କୋ ସପକ୍ଷରେ ସରକାରୀ ଗ୍ୟାରେଣ୍ଟି, ମିଳିଲା କ୍ୟାବିନେଟ୍ ଅନୁମୋଦନ

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଅନଷ୍ଠିତ ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ମହିଳା ଶିଶୁ ବିକାଶ ଆଦି ବିଭାଗର କିଛି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ନେଇ ଜଣାପଡିଛି।
ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀଡ୍କୋ ସପକ୍ଷରେ ୩୧୦୮.୨୧ କୋଟିର ସରକାରୀ ଗ୍ୟାରେଣ୍ଟି। ସରକାରୀ ଗ୍ୟାରେଣ୍ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଅନ୍ୟପଟେ, ଶୀତଳଭଣ୍ଡାରକୁ ୫୦% ଯାଏ ବିଦ୍ୟୁତ୍ ଶୁଳ୍କ ରିହାତି ମିଳିବ। ନୂଆ ଶୀତଳଭଣ୍ଡାରକୁ ୭ ବର୍ଷ ଯାଏ ରିହାତି ମିଳିବ। ଋଗ୍ଣ ଶୀତଳଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହେଲେ ମଧ୍ୟ ଦିଆଯିବ। ଦେବାଳିଆ ଶୀତଳଭଣ୍ଡାର ପାଇଁ କୋହଳ ହେବେ ସରକାର। ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଦିଆଯିବ। ଦରଦାମ ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ।
ନୂତନ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦% ଛାଡ଼ ହେବ। ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ଦେବୁ। ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବୁ। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍ରେ ରିହାତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।