ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ଡ୍ରୋନ୍ ଉପରେ ନଜର ରଖିବ ଓ୍ୱାଚ୍ ଟାଓ୍ୱାର
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ବାହାରେ ଲାଗିପାରେ ଓ୍ୱାଚ୍ ଟାଓ୍ୱାର। ଏନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର କୌଣସି ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଡ୍ରୋନ କେଉଁଠୁ ଆସୁଛି, ତାକୁ ଉଚ୍ଚତାରୁ ନିରୀକ୍ଷଣ କରାଯାଇପାରିବ। ନିକଟରେ ଗର୍ଭଗୃହ ଫଟୋ ଭାଇରାଲର ପୁଲିସ ତଦନ୍ତ କରୁଛି। ଯିଏ ବି ଭାଇରାଲ୍ କରିଛି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ। ଚାରି ଦୁଆରରେ ସିସିଟିଭି ଜରିଆରେ କଡ଼ା ଚେକିଂ କରାଯାଉଛି।
ସୂଚନା ଅନୁଯାୟୀ, କିଛି ଦିନ ହେବ ଶ୍ରୀମନ୍ଦିର ଉପରେ ଅଜଣା ଡ୍ରୋନ୍ ବୁଲୁଛି। ଯାହାର କୌଣସି ସଠିକ୍ ଠିକଣା ଖୋଜି ପାଉନି ପୁଲିସ। ତେବେ ଗୋଟିଏ ପରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ଆଉ ଗୋଟିଏ ପଟେ ଗର୍ଭଗୃହର ଫଟୋ ମଧ୍ୟ ଭାଇରାଲ ହୋଇଛି। ତେବେ ସବୁ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଶ୍ରୀମନ୍ଦିର ବାହାର ବାରମ୍ବାର ଡ୍ରୋନ୍ ଉଡୁଥିବାରୁ ଆଗାମୀ ଦିନରେ ଓ୍ୱାଚ୍ ଲଗାଇବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଡ୍ରୋନ କେଉଁଠୁ ଆସୁଛି, ତାକୁ ଉଚ୍ଚତାରୁ ନିରୀକ୍ଷଣ କରାଯାଇ ପାରିବ। ସେହିପରି ଗର୍ଭଗୃହ ଫଟୋ ଭାଇରାଲ ହେବାର ପୁଲିସ ତଦନ୍ତ କରୁଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।