ନିଶାଦ୍ରବ୍ୟ କାରବାର ରୋକିବାକୁ ପ୍ରୟାସ, କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଅଭିଯାନ
ଓଏଲ୍ ବ୍ୟୁରୋ: ନିଶାଦ୍ରବ୍ୟ କାରବାର ରୋକିବାକୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଅଭିଯାନ। ୩ଟି ଦିଗକୁ ଫୋକସ୍ କରି କମିଶନରେଟ୍ ପୁଲିସର ସ୍ବତନ୍ତ୍ର ଅଭିଯାନ। ଏନେଇ ସୂଚନା ଦେଲେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ। ଫୋକସ୍ରେ ସଡ଼କ ସୁରକ୍ଷା, ନିଶା କାରବାର, ଷ୍ଟ୍ରିଟ କ୍ରାଇମ୍ ରହିଛି। କାଲି ମୈତ୍ରିବିହାର ଅଞ୍ଚଳରୁ ୪୬ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ବାଲିଅନ୍ତା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ୪ ଗିରଫ ହୋଇଛନ୍ତି। ନିଶାଦ୍ରବ୍ୟ କେଉଁଠୁ ଆସୁଛି, କେଉଁଠିକୁ ଯାଉଛି ତଦନ୍ତ ହେବ। ଶିକ୍ଷାନୁଷ୍ଠାନ ବାହାରେ ନିଶାଦ୍ରବ୍ୟ ବିକ୍ରି ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି।