ଜିଲ୍ଲା ସଭାପତି ନାମ ଘୋଷଣା କଲା ବିଜେପି, ସରୋଜ ସାବତଙ୍କୁ ଗଞ୍ଜାମ ଦାୟିତ୍ୱ
ଓଏଲ୍ ବ୍ୟୁରୋ: ଦିନ ଗଡିବା ସହ ରାଜ୍ୟ ବିଜେପି ସଭାପତି ଚୟନ ବିଳମ୍ବିତ ହେଉଛି। ନୂଆ ସରକାର ଗଠନ ପରେ ୭ ମାସ ବିତିଗଲାଣି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ତୃଣମୂଳସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଶୀର୍ଷ ନେତୃତ୍ବ ହୁଙ୍କାର ଦେଉଥିବା ବେଳେ ମଙ୍ଗୁଆଳ ପଦ ଏଯାଏଁ ଘୋଷଣା ହୋଇନି। ଏହାସହ ଜିଲ୍ଲା ସଭାପତିଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ଆଜି ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟରେ ଚାଲିଛି ନାମ ଘୋଷଣା। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଜେପି ସଭାପତିଙ୍କ ନାଁ ଘୋଷଣା ହୋଇଛି। ସରୋଜ ସାବତଙ୍କୁ ଗଞ୍ଜାମର ବିଜେପି ସଭାପତି ଭାବେ ଦାୟିତ୍ୱ ମିଳିଛି।