ସରକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ଚେତାବନୀ, ଛାନିଆ କର୍ମଚାରୀ
ଓଏଲ୍ ବ୍ୟୁରୋ: ବିଳମ୍ବରେ ଅଫିସିକୁ ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ସରକାରୀ ଅଫିସ୍ରେ ଚାଲିବନି ଆଉ ମନମାନି। ଏଣିକି ଠିକ୍ ସମୟରେ କାର୍ଯ୍ୟାଳୟକୁ ନ ଆସିଲେ ନିଆଯିବ ଆକ୍ସନ। ସେମାନଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ବିଳମ୍ବରେ ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରା।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କେତେକ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବାର ସୂଚନା ଆମକୁ ହସ୍ତଗତ ହୋଇଛି। ଯାହାକି ସରକାରୀ କର୍ମଚାରୀ ଆଚରଣ ନିୟମ ୧୯୫୯ ଅଧିନର ନିୟମ ୩କୁ ଉଲଘଂନ କରୁଛି। ତେଣୁ ସରକାରୀ କର୍ମଚାରୀଙ୍କୁ ସକାଳ ୧୦ଟି କିମ୍ବା ଅଫିସ ଆରମ୍ଭର କିଛି ସମୟ ପୂର୍ବରୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆବଶ୍ୟକ ସ୍ଥଳେ ୧୦ ମିନିଟ୍ ବିଳମ୍ବ ହେଲେ ବିଚାରକୁ ନିଆଯିବ। ତେଣୁ ଯଦି କୌଣସି କର୍ମଚାରୀ ଠିକ୍ ସମୟରେ ଅଫିସ ନଆସୁଛନ୍ତି। ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି।