ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ଦୀପାଳିଙ୍କ ବଡ଼ ବୟାନ
ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜି ପୂରିଛି ୨ ବର୍ଷ। ହତ୍ୟାକାଣ୍ଡକୁ ୨ ବର୍ଷ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସି ପାରିନାହିଁ। ଏସବୁ ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକିତା ଦୀପାଳି ଦାସ।
ସେ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବୁ। ୨ ସପ୍ତାହ ମଧ୍ୟରେ ତଦନ୍ତ କରିବା ପାଇଁ ଆମେ ସିବିଆଇକୁ ଚିଠି ଲେଖିବୁ। ପରିବାର ସହିତ ଆଲୋଚନା ଚାଲିଛି ତା ପରେ ଆମେ ଚିଠି ଲେଖିବୁ। ଏହା ଆମ ପରିବାର ପାଇଁ ସବୁଠୁ ବଡ଼ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ଦୀପାଳି।