Odisha Link
Bridging the Missing Links in Odisha

ମନେ ପଡ଼ନ୍ତି ମହାତ୍ମା ଗାନ୍ଧୀ, ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଇଁ ଯେଉଁ ପୁରୁଷ ଦିନେ ସ୍ୱାଧୀନତା ଫେରାଇ ଆଣିଥିଲେ ସେହି ମହାନ ଆତ୍ମାଙ୍କର ଆଜି ହେଉଛି ପୂଣ୍ୟ ଶ୍ରାଦ୍ଧ ବାର୍ଷିକୀ। ୧୯୪୮ ମସିହା ଆଜିର ଦିନରେ ଆତତାୟୀର ଗୁଳିମାଡ଼ରେ ମୃତ୍ୟୁ ବରଣ କରିଥିଲେ ମହାତ୍ମା ଗାନ୍ଧୀ। ଯେଉଁ ମଣିଷ ଦିନେ ସାରା ବିଶ୍ୱକୁ ଅହିଂସା ଓ ସତ୍ୟର ପାଠ ପଢ଼େଇଥିଲେ, ସେହି ମଣିଷ ହିଁ ଆଉ ଜଣେ ମଣିଷର ଗୁଳି ମାଡ଼ରେ ଟଳିପଡ଼ିଥିଲା ସେ ପ୍ରାର୍ଥନା ଗୃହରେ। ଗାନ୍ଧୀଜୀଙ୍କ ମୃତ୍ୟୁ ସମୟର ସେହି ଶେଷ ବାକ୍ୟ ‘ହେ ରାମ’ ସହ ପୃଥିବୀ ଇତିହାସରୁ ଶେଷ ହୋଇଯାଇଥିଲା ଗାନ୍ଧୀ ଯୁଗ। ଆଜି ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି।

ମନେ ପଡନ୍ତି ମହାତ୍ମା ଗାନ୍ଧୀ..

୧୮୬୯ ମସିହାରେ ଗୁଜୁରାଟରେ ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିବା ସେହି ଛୋଟ ବାଳକ ଜଣକ ପରାଧୀନ ଭାରତକୁ ସ୍ୱାଧୀନ ଭାରତରେ ପରିଣତ କରିପାରିଥିଲେ। ଖାଲି ସେତିକି ନୁହେଁ ସାରା ବିଶ୍ୱକୁ ସତ୍ୟ ଓ ଅହିଂସାର ପାଠ ମଧ୍ୟ ଶିଖାଇଥିଲେ। ଭାରତର ବିଭାଜନ ତାଙ୍କୁ ଯେତିକି କଷ୍ଟ ଦେଇଥିଲା ଦେଶରେ ସେହି ସମୟରେ ଗଢି ଉଠିଥିବା ବିଭିନ୍ନ ସଙ୍ଘଠନର ସାମ୍ପ୍ରଦାୟିକ ଦଙ୍ଗା ତାଙ୍କୁ ଅଧିକ ଯନ୍ତ୍ରଣା ଦେଇଥିଲା। ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ତାଙ୍କର ସଂଗ୍ରାମ ପାଇଁ ତାଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଇଥାଏ। ଭାରତର ସ୍ବାଧୀନତା ପ୍ରାପ୍ତି ପରେ ମାତ୍ର ୫ ମାସ ୧୫ ଦିନ ବଞ୍ଚିରହିଥିଲେ ଗାନ୍ଧୀ।

Leave A Reply

Your email address will not be published.