Odisha Link
Bridging the Missing Links in Odisha

ରାସନ୍‌କାର୍ଡ ଇ-କେୱାଇସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଓଏଲ୍‌ ବ୍ୟୁରୋ: ରାସନ୍‌କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଫେବ୍ରୁଆରୀ ୧୫ ଯାଏଁ ରାସନକାର୍ଡ ଇ-କେୱାଇସି କରିପାରିବେ ହିତାଧିକାରୀ।

ଆସନ୍ତାକାଲି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାର ଶେଷ ଦିନ ଥିଲା। ୩୯ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି। ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ତେବେ ଡେଡଲାଇନ ପରିବର୍ତ୍ତନ ହେବ ସେନେଇ ଦ୍ଵନ୍ଦ୍ଵ ଦୂର ହୋଇଛି।

ସୂଚନା ଅନୁସାରେ, ୨ କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ଇ-କେୱାଇସି ଯାଞ୍ଚ କରିଛନ୍ତି। ରାଜ୍ୟ ବାହାରୁ ୧ ଲକ୍ଷ ୩୦ ହଜାର ୨୬ ଜଣ ଇ-କେୱାଇସି ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.