ବଜେଟ୍ ପୂର୍ବରୁ କମିଲା ଗ୍ୟାସ୍ ଦର

ଓଏଲ୍ ବ୍ୟୁରୋ: ଆଉ କିଛି ସମୟ ଅପେକ୍ଷା। ସଂସଦରେ ୮ମ ଥର ପାଇଁ ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ହେଉଛି ମୋଦି ସରକାରଙ୍କ ୩.୦ର ପ୍ରଥମ ବଜେଟ୍। ଏହା ପୂର୍ବରୁ ଦେଶବାସୀଙ୍କୁ ମିଳିଛି ଖୁସି ଖବର। କାରଣ ବଜେଟ୍ ପୂର୍ବରୁ କିମିଛି ଗ୍ୟାସ୍ ଦର। କମର୍ସିଆଲ୍ ଗ୍ୟାସ୍ ଦର ୭ ଟଙ୍କା କମିଛି।
ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି। ଦାମ୍ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ଦାମ୍ ଏବେ ୧୭୯୭ ଟଙ୍କା ହୋଇଛି। ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।