ବଜେଟ୍ ୨୦୨୫: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା
ଓଏଲ୍ ବ୍ୟୁରୋ: ପ୍ରାୟ ୧ ଘଣ୍ଟା ୧୬ ମିନିଟ୍ ଧରି ବଜେଟ୍ ୨୦୨୫ ଉପସ୍ଥାପନା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଭିତରେ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ। ୧୨ ଲକ୍ଷ ଆୟ ଯାଏ କର ଛାଡ଼ କଲେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯାଇଛି। କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି। ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଟିକସ ରହିଛି। ୧୬ ଲକ୍ଷ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଟିକସ ରହିଛି। ସେହିପରି ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫ ପ୍ରତିଶତ ଟିକସ ରହିଛି। ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ ପ୍ରତିଶତ ରହିଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ।