ପ୍ରତି ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ: ନିର୍ମଳା ସୀତାରମଣ
ଓଏଲ୍ ବ୍ୟୁରୋ: ପ୍ରାୟ ୧ ଘଣ୍ଟା ୧୬ ମିନିଟ୍ ଧରି ବଜେଟ୍ ୨୦୨୫ ଉପସ୍ଥାପନା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଭିତରେ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ। ୧୨ ଲକ୍ଷ ଆୟ ଯାଏ କର ଛାଡ଼ କଲେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ।
ସେହିପରି ଦେଶରେ ପ୍ରାଥମିକ ସ୍ତରରୁ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର। ସକ୍ଷମ ଅଙ୍ଗନଓ୍ବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ। ଏହାସହ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ ଡିଜିଟାଲ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇଦିଆଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।
ବଜେଟ୍ରେ ନିର୍ମଳା ଆହୁୁରି କହିଛନ୍ତିଳ ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବ ବ୍ରଡବ୍ୟାଙ୍ଗ ସୁବିଧା। ୨୦୦ ଡେ’ କେୟାର ମେଡିକାଲ ସେଣ୍ଟର ଖୋଲିବ। ସବୁ ସରକାରୀ ହସ୍ପିଟାଲରେ କ୍ୟାନ୍ସର ସେଣ୍ଟର ରହିବ। ଏହାସହ ମେଡିକାଲ କଲେଜରେ ୭୫ ହଜାର ସିଟ ବଢି । ସ୍ବାସ୍ଥ୍ର କ୍ଷେତ୍ରରେ ଏହି ଲକ୍ଷ୍ୟ ପୂରଣ ପାଇଁ ୫ ବର୍ଷ ଧାର୍ଯ୍ୟ କରାଯାଇଛି।