ମଧ୍ୟବିତ୍ତରୁ କୃଷି, ବଜେଟ୍ରେ କେଉଁ ବର୍ଗକୁ ମିଳିଲା କ’ଣ; ନଜର ପକାନ୍ତୁ ଏହି ୧୦ ବଡ଼ ଘୋଷଣା ଉପରେ
ଓଏଲ୍ ବ୍ୟୁରୋ: ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପିତ। ଗୃହରେ ବଜେଟକୁ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଥିଲେ। ପ୍ରାୟ ୧ ଘଣ୍ଟା ୧୭ ମିନିଟ୍ ଧରି ବଜେଟ୍ ଉପସ୍ଥାପନା କରିଥଇଲା ନିର୍ମଳା ସୀତାରମଣ। ମୋଦି ୩.O ସରକାରଙ୍କ ଏହା ପୂର୍ଣ୍ଣାଙ୍ଗ ବଜେଟ୍।
ବଜେଟ୍ ଉପସ୍ଥାପିତ କରି ନିର୍ମଳା କହିଥିଲେ, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର ଲକ୍ଷ୍ୟ। ଦ୍ରୁତ ଗତିରେ ବୃଦ୍ଧି ପାଉଛି ଭାରତର ଅର୍ଥନୀତି।
ସେ ଆହୁରି କହିଥିଲେ, ଚଳିତ ବର୍ଷର ବଜେଟ୍ ଗରିବ, ଅନ୍ନଦାତା, ଯୁବଗୋଷ୍ଠୀ ଓ ନାରୀଙ୍କ ବଜେଟ୍। ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇି। ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବିିକାଶକୁ ବେଶୀ ଗୁରୁତ୍ବ। ସ୍ବାସ୍ଥ୍ୟ, ରୋଜଗାର ଏବଂ କୃଷିକୁ ଫୋକସ୍। ଗ୍ରାମୀଣ ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।
ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ମିଳିଛି। ଯବୁକଙ୍କୁ ରୋଜଗାର ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା। ଚାଷୀଙ୍କ ପାଇଁ ଧନଧାନ୍ୟ ଯୋଜନା ଆରମ୍ଭ ହେବ। ୧.୭ କୋଟି ଚାଷୀ ଉପକୃତ ହେବେ। ଗ୍ରାମୀଣ ଭାରତରେ ରୋଜଗାରକୁ ଗୁରୁତ୍ବ ଦିଆଯିବ। ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରତା ବଢ଼ିବ। ନିର୍ମଳା ଦେଶର ବିକାଶରେ କୃଷିକୁ ପ୍ରଥମ ଇଞ୍ଜିନର ଆଖ୍ୟା ଦେଇଥିବା ବେଳେ MSME ଦେଶର ବିକାଶରେ ଦ୍ବିତୀୟ ଇଞ୍ଜିନ ସାଜିଥିବା କହିଥିଲେ।
ସେ କହିଥିଲେ, ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି। ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ ଦିଆଯାଇଛି। ବଜେଟରେ ଅଣୁ ଓ କ୍ଷୁତ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ନେଇ ମଞ୍ଜୁରୀ ମିଳିବ। ଯୁବଗୋଷ୍ଠୀଙ୍କୁ MSME ଦ୍ବରା ଅଧିକ ନିଯୁକ୍ତି ମିଳିବ। ସେହିପରି ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍ ଦେଇଛନ୍ତି ସରକାର। ଏଥିରେ ୨୨ ଲକ୍ଷ ଲୋକ ଉପକୃତ ହେବେ।
ସେ ଆହୁରି କହିଥିଲେ, ଯୁବପିଢୀଙ୍କୁ ରୋଜଗାର ଦେବା ନେଇ ସରରକାରଙ୍କ ପ୍ରାଥମିକତା ରହିଛି।ଷ୍ଟାର୍ଟ ଅପ୍ ପାଇଁ ୧୦ ହଜାର କୋଠିର ଫଣ୍ଡ।ଷ୍ଟାର୍ଟଅପ୍ ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ୍ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ବଜେଟ୍ ୨୦୨୫ରେ ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼। କଷ୍ଟମ ଡ୍ୟୁଟି ଛାଡ଼ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା କରିଛନ୍ତି।
୧୨ ଲକ୍ଷ ଆୟ ଯାଏ କର ଛାଡ଼ କଲେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯାଇଛି। କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି। ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଟିକସ ରହିଛି। ୧୬ ଲକ୍ଷ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଟିକସ ରହିଛି। ସେହିପରି ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫ ପ୍ରତିଶତ ଟିକସ ରହିଛି। ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ ପ୍ରତିଶତ ରହିଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ।
ସେହିପରି ଦେଶରେ ପ୍ରାଥମିକ ସ୍ତରରୁ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର। ସକ୍ଷମ ଅଙ୍ଗନଓ୍ବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ। ଏହାସହ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ ଡିଜିଟାଲ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇଦିଆଯିବ ବୋଲି କହିଥିଲେ ନିର୍ମଳା ସୀତାରମଣ।
ବଜେଟ୍ରେ ନିର୍ମଳା ଆହୁୁରି କହିଛନ୍ତିଳ ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଥିଲେ ସୀତାରମଣ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବ ବ୍ରଡବ୍ୟାଙ୍ଗ ସୁବିଧା। ୨୦୦ ଡେ’ କେୟାର ମେଡିକାଲ ସେଣ୍ଟର ଖୋଲିବ। ସବୁ ସରକାରୀ ହସ୍ପିଟାଲରେ କ୍ୟାନ୍ସର ସେଣ୍ଟର ରହିବ। ଏହାସହ ମେଡିକାଲ କଲେଜରେ ୭୫ ହଜାର ସିଟ ବଢି । ସ୍ବାସ୍ଥ୍ର କ୍ଷେତ୍ରରେ ଏହି ଲକ୍ଷ୍ୟ ପୂରଣ ପାଇଁ ୫ ବର୍ଷ ଧାର୍ଯ୍ୟ କରାଯାଇଛି।