Odisha Link
Bridging the Missing Links in Odisha

ମହାକୁମ୍ଭରେ ସାହି ସ୍ନାନ: ୨୨ ଦିନରେ ବୁଡ଼ ପକାଇଲେ ୩୫ କୋଟି ଶ୍ରଦ୍ଧାଳୁ

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜ କୁମ୍ଭ ମେଳାରେ ସାହି ସ୍ନାନ ଅନୁଷ୍ଠିତ ହେଉଛି। ସଙ୍ଗମ ସ୍ଥଳରେ ଅମୃତ ସ୍ନାନ କରୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବସନ୍ତ ପଞ୍ଚମୀରେ ଗଙ୍ଗାରେ ବୁଡ଼ ପକାଇଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ପ୍ରୟାଗରାଜକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ।

ଭିଡ଼ ନିୟନ୍ତ୍ରଣ ପାଇଁ କୁମ୍ଭମେଳା କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ କରୁଛନ୍ତି ମନିଟରିଂ। ସକାଳ ୩ଟା ୩୦ରୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନରୁ କରୁଛନ୍ତି ମନିଟରିଂ। ଭିଡ଼ ନିୟନ୍ତ୍ରଣ ପାଇଁ ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। VIP ଓ VVIP ପାସ୍‌କୁ ବାତିଲ କରାଯାଇଛି।

୨୨ ଦିନରେ ୩୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିବା ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଛନ୍ତି। ତେବେ ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ।

Leave A Reply

Your email address will not be published.