Odisha Link
Bridging the Missing Links in Odisha

ପ୍ରଭୁ ଲିଙ୍ଗରାଜଙ୍କ ବ୍ରାହ୍ମଣ ନିଯୋଗ କର୍ମକର୍ତ୍ତା ନିର୍ବାଚନ, ନାରାୟଣ ମହାପାତ୍ର ନୂତନ ସଭାପତି

ଓଏଲ୍ ବ୍ୟୁରୋ: ରବିବାର ଦିନ ଅନୁଷ୍ଠିତ ହୋଇଛି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ କର୍ମକର୍ତ୍ତା ନିର୍ବାଚନ। ଦୀର୍ଘ ୮ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ ସମିତିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ବିଧିବଦ୍ଧ ଭାବେ ନୂତନ ବୋର୍ଡ଼ ଗଠନ କରାଯାଇ କର୍ମକର୍ତ୍ତା ନିର୍ବାଚନ ହୋଇଛି। ନାରାୟଣ ମହାପାତ୍ର ବ୍ରାହ୍ମଣ ନିଯୋଗର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି ବିଜୟଭୂଷଣ ମହାପାତ୍ର ଓ ସତ୍ୟନାରାୟଣ ମହା ସୁପକାର ଉପସଭାପତି, ହିମାଦ୍ରୀଭୂଷଣ ମହାପାତ୍ର ସମ୍ପାଦକ, ପ୍ରଦୀପ ମହାପାତ୍ର କୋଷାଧକ୍ଷ, ବାବିନା ମହାପାତ୍ର, ଜିତେନ୍ ମହାପାତ୍ର ଓ ଦୁର୍ଗାପ୍ରସାଦ ମହାପାତ୍ର ଯୁଗ୍ମ ସମ୍ପାଦକ ଓ ବିଭୁତିଭୂଷଣ ପଣ୍ଡା ଅଡିଟର ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ସୁପରିଚାଳନା ନିଯୋଗର ପ୍ରାଥମିକତା ରହିବ ବୋଲି ବୋର୍ଡର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.