Odisha Link
Bridging the Missing Links in Odisha

ଭାରତରେ ଗଡ଼ିବ ୨୦୦ ବନ୍ଦେ ଭାରତ

ଓଏଲ୍ ବ୍ୟୁରୋ: ଖୋଲିଛି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି। ନିର୍ମଳାଙ୍କ ଆର୍ଥିକ ପେଡିରେ ରହିଛି ମଧ୍ୟବିତ୍ତଙ୍କ ଉପରେ ଫୋକସ। ବଜେଟକୁ ନେଇ ଆସିଛି ମିଶ୍ର ପ୍ରତିକ୍ରିୟା। ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଦେଖିଲେ ବଜେଟ ସନ୍ତୋଷଜନକ ବୋଲି ଅର୍ଥନୈତିଜ୍ଞ ପ୍ରତିକ୍ରିୟା ରଖିଥିବା ବେଳେ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି ବୋଲି କଂଗ୍ରେସ ନେତା ମତ ରଖୁଛନ୍ତି। ଏସବୁ ଭିତରେ ରେଳ ବିଭାଗ ନେଇ ବଡ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ବଜେଟ୍‌ରେ ୫୦ ନମୋ ଭାରତ ଟ୍ରେନ୍‌କୁ ମଞ୍ଜୁରୀ ମିଳିଛି।୧୦୦ ଅମୃତ ଭାରତ ଟ୍ରେନ୍‌, ୨୦୦ ବନ୍ଦେ ଭାରତକୁ ମଞ୍ଜୁରୀ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରେଳମନ୍ତ୍ରୀ କହିଛନ୍ତି, ମୋଦିଙ୍କ ୩ୟ ପାଳିରେ ଓଡ଼ିଶାକୁ ମିଳିଛି ୨୦ ହଜାର କୋଟି। ବଜେଟ୍‌ରେ ରେଲୱେରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର ହୋଇଛି। ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି। ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ। ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି। ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି। ଓଡ଼ିଶାରେ ୧୮୯୮ କିମି ଟ୍ରାକ୍‌ରେ କବଚ ଲାଗିବା କାମ ସରିଛି। ଆଗାମୀ ଦିନରେ ଓଡ଼ିଶାରେ ଅଧିକ ଟ୍ରେନ୍‌ ଚାଲିବା ଲାଗି ବ୍ୟବସ୍ଥା ହେଉଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Leave A Reply

Your email address will not be published.