ନାକ୍ ରେଟିଂରେ କେଳେଙ୍କାରୀ, ପ୍ରଫେସରଙ୍କ ଘରେ ସିବିଆଇ
ଓଏଲ୍ ବ୍ୟୁରୋ: ବିଶ୍ବବିଦ୍ୟାଳୟକୁ ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଘାଣ୍ଟିଛି ସିବିଆଇ। ଓଡ଼ିଶା ସମେତ ଦେଶର ୧୦ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି। ନାକ୍ ରେଟିଂ ଦେବା ପାଇଁ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା। ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାପା ମାରିଛି ସିବିଆଇ।
ଓଡ଼ିଶା ସମେତ ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ବଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳରେ ରେଡ୍ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କୁ ବାନ୍ଧିଛି ସିବିଆଇ। ଆଜି ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ। ନାକ୍ ରେଟିଂରେ ଲାଞ୍ଚ ମାମଲାର ସିବିଆଇ ଖୋଳତାଡ଼ କରୁଛି। ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି।