Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡ ପରେ ଗୁଜରାଟରେ ଲାଗୁ ହେବ ୟୁସିସି, ଗଠନ ହେଲା କମିଟି

ଓଏଲ୍‌ ବ୍ୟୁରୋ: ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା ଦେଶରେ ବିଭିନ୍ନ ଧର୍ମମତ ନିର୍ବିଶେଷରେ ଏକ ପ୍ରକାରର ଆଇନ କାନୁନ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ। ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଚୟନ ତଥା ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଏକକ ଆଇନ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ବିଧି ବ୍ୟବସ୍ଥା ରହିଛି।

ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା ଲାଗୁ ହେବା ପରେ ଏବେ ଏହା ଗୁଜରାଟରେ ଲାଗୁ ହେବ। ଏନେଇ କମିଟି ଗଠନ ହୋଇଥିବା ସୂଚନା ରହିଛି। ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ଜଜଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ୪୫ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରିବ। ରିପୋର୍ଟ ପ୍ରସ୍ତୁତ ପରେ ସରକାର ଗୁଜରାଟରେ ୟୁସିସି ଲାଗୁ କରିବେ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.