Odisha Link
Bridging the Missing Links in Odisha

ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ: ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଷୋଡ଼ଶ ଅର୍ଥ କମିଶନଙ୍କ ବୈଠକ ଚାଲିଛି। ଅର୍ଥ କମିଶନଙ୍କ ନିକଟରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର। ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବିପତ୍ର ଦେବେ ରାଜ୍ୟ ସରକାର। ୫ ବର୍ଷର ଯୋଜନା ନେଇ କମିଶନଙ୍କ ନିକଟରେ ଦାବି ରଖିବେ। ଅଢେଇ ଘଣ୍ଟା ଧରି ଅର୍ଥ କମିଶନଙ୍କ ଟିମ ସହିତ ଆଲୋଚନା କରିବେ ରାଜ୍ୟ ସରକାର। ଏହାପରେ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିବେ।

Leave A Reply

Your email address will not be published.